
ମେଷରାଶି = ସପ୍ତମ ଚନ୍ଦ୍ର ବାଧାପ୍ରାପ୍ତ ଅଛନ୍ତି ଅଶୁଭଫଳ ମିଳିବ | ଆପଣଙ୍କର ଆୟ କମିଯିବ | ଯାହା ଆଶା କରିଥିଲେ ତାହା ମିଳିବ ନାହିଁ |ମଥା ବିଚଳିତ ହୋଇପାରେ |ବିପରିତ ଖବର ପାଇ ବ୍ୟଥିତ ହେବେ | ପାରିବାରିକ ଅଶାନ୍ତି ଭୋଗିବେ | ସୁଖ ହାନି ଘଟିବ | ଗୃହ ମଧ୍ୟରେ ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ମନାନ୍ତର ହୋଇଯିବ ଅଯଥାରେ ପିଲା ମାନଙ୍କ ଉପରେ ରାଗ ସୁଝାଇବେ | ବନ୍ଧୁ ଅପ୍ରିୟ ହୋଇ ପାରନ୍ତି |

ବୃଷରାଶି= ଷଷ୍ଠ ସ୍ଥାନରେ ଚନ୍ଦ୍ର ଗୋଚର କରୁଛନ୍ତି | ଷଷ୍ଠ ଚନ୍ଦ୍ର ବଳବାନ ଚନ୍ଦ୍ର ଆପଣଙ୍କ ପରିବାର ମଧ୍ୟରେ ଖାଲି ଆନନ୍ଦ ହିଁ ଆନନ୍ଦ ମିଳିବ | ଯେଉଁ କାମରେ ହାତ ଦେବେ ତହିଁରେ ସଫଳତା ନିଶ୍ଚୟ ପାଇବେ | ବ୍ୟାବସାୟ କରୁଥିବା ବ୍ୟକ୍ତିମାନେ ବ୍ୟାବସୟରେ ଆଶାଠାରୁ ଅଧିକ ଲାଭବାନ ହେବେ | ପୂର୍ବରୁ ଆପଣ କରିଥିବା ଋଣ ଏହି ସମୟରେ ପରିଶୋଧ କରିପାରିବେ | ପାଖରେ ଅର୍ଥରେ ଅଭାବ ରହିବ ନାହିଁ | ଆପଣଙ୍କ ମନ ବଳ ବୃଦ୍ଧି ହେବ ଯାହା ତାହା କରିପାରିବେ |

ମିଥୁନରାଶି= ଅଷ୍ଟମ ସ୍ଥାନରେ ରବି ଓ ପଞ୍ଚମ ସ୍ଥାନରେ ଚନ୍ଦ୍ର ଗୋଚର କରୁଛନ୍ତି ଅତି ଅଶୁଭଫଳମାନ ମିଳିବ | ଆପଣଙ୍କ ମନ ଅସ୍ଥିର ରହିବ | କଥା କଥାକେ ଆପଣ ରାଗିଯିବେ | ଶରୀର ଅସୁସ୍ଥ ରହିବ | ଦୁଃଖ ଯନ୍ତ୍ରଣାରେ ଆପଣ ଜର୍ଜରିତ ହୋଇପଡିବେ | କରୁଥିବା କାର୍ଯ୍ୟରେ ବାଧା ଆସିବାରୁ ଆପଣ ହତାଶ ହୋଇପଡିବେ | ରାଗ ଶାନ୍ତ ନକଲେ ବହୁ ଶତୃ ସୃଷ୍ଟି ହେବେ | ପରିବାରରେ ପିଲାମାନେ ଅମାନିଆ ହୋଇଯିବେ |

କର୍କଟରାଶି= ଚତୁର୍ଥ ଚନ୍ଦ୍ର ଗୋଚର କରୁଛନ୍ତି | କୃଷ୍ଣପକ୍ଷ ହେତୁ ଏତେ ବିଚଳିତ ଲାଗିବ ନାହିଁ | ଧର୍ଯ୍ୟ ସହିତ ଆଗକୁ ଆଗକୁ ମାଡିଯିବେ | ଅର୍ଥ ଆସିବାର ବାଟ ଫିଟିଯିବ କିନ୍ତୁ ତତକ୍ଷଣାତ ମିଳିବ ନାହିଁ ଚାକିରୀକରୁଥିବା ବ୍ୟକ୍ତି ମାନେ ଶୁଭ ଖବର ପାଇ ଆନନ୍ଦିତ ହେବେ |ଚତୁର୍ଥ ସ୍ଥାନ ବିଦ୍ୟା ସ୍ଥାନ ଓ ମାତୃ ସ୍ଥାନ ହୋଇଥିବାରୁ ମାତୃ ସହିତ କିଛି କଥା କଟାକଟି ହୋଇପାରେ | ବିଦ୍ୟାର୍ଥୀ ମାନେ ବିଦ୍ୟାରେ ଉନ୍ନତି କରିବେ |

ସିଂହରାଶି= ତୃତୀୟ ସ୍ଥାନରେ ଚନ୍ଦ୍ର ଓ ଷଷ୍ଠ ସ୍ଥାନରେ ରବି ଗୋଚର କରୁଛନ୍ତି ଶୁଭଫଳ ମିଳିବ | ତୃତୀୟ ଚନ୍ଦ୍ର ବଳବାନ ଚନ୍ଦ୍ର | ଏହି ସମୟରେ ଆପଣଙ୍କର ସ୍ବାସ୍ଥ୍ୟ ରେ ଉନ୍ନତି ଘଟିବ | ପୂର୍ବରୁ ଥିବା ରୋଗମାନ ଅପସରି ଯିବ | ଶରୀରର ତେଜ ବୃଦ୍ଧି ହେବ | ଯେଉଁ କାର୍ଯ୍ୟ କରିବାକୁ ଚାହିଁବେ ତହିଁରେ ସଫଳତା ଲାଭ କରିବେ | ହଠାତ ଆପଣଙ୍କର କୈାଣସି ଠାରୁ ଶୁଭ ଖବର ପାଇ ମନର ବଳ ବୃଦ୍ଧି ହେବ | ବ୍ୟବସାୟରେ ଅଧିକ ଲାଭବାନ ହେବେ | ଧନ ସଞ୍ଚୟ କରିବାର ଦିନଟିଏ |

କନ୍ୟାରାଶି= ପଞ୍ଚମ ରବି ଅଶୁଭ ଓ ଦ୍ଵିତୀୟ ଚନ୍ଦ୍ର ଅଶୁଭଫଳ ପ୍ରଦାନ କରିବେ | ଆପଣଙ୍କ କାର୍ଯ୍ୟକୁ ବନ୍ଧୁମାନେ ସମାଲୋଚନା କରିବେ | ଦ୍ବିତୀୟ ଗୃହ ଧନ ଗୃହ ଓ ପରିବାର ଗୃହ ହୋଇଥିବାରୁ ଆପଣଙ୍କ ନିଜ ଲୋକମାନେ ଶତୃତା କରିବେ | ବହୁ ଅର୍ଥ ବ୍ୟୟ କରାଇ ଆପଣଙ୍କୁ ବରବାଦ କରାଇ ଦେବେ | ଆପଣ ହତୋତ୍ସାହ ହୋଇପଡିବେ |ପିଲା ମାନେ ଆପଣଙ୍କ ନିର୍ଦ୍ଦେଶର ବିପରୀତ କାର୍ଯ୍ୟ କରି ବହୁ ସ୍ଥାନରେ ଅପମାନିତ କରିବେ |

ତୁଳାରାଶି= ଚତୁର୍ଥ ରବି ବାଧାପ୍ରାପ୍ତ ଅଛନ୍ତି ଅଶୁଭଫଳ ପ୍ରଦାନ କରିବେ ନାହିଁ | ଘାତବାର ଅଶୁଭ ଏବଂ ଆଜି ଶ୍ରୀଚନ୍ଦ୍ର ଭୋଗ ହେଉଥିବା ରୁ ଓ ଅନ୍ୟ ଗ୍ରହ ଦ୍ଵାରା ବାଧା ପାଉଥିବାରୁ କେତେକାଂଶରେ ଅଶୁଭ ଫଳ ମିଳିବ। ମାନସିକ ସ୍ଥିତି ବିଗିଡି ଯିବ | ଚନ୍ଦ୍ର ମନ କାରକ ଗ୍ରହ ହୋଇଥିବାରୁ ମନରେ ସନ୍ଦେହ ଜାତ ହେବ | ରାତ୍ରି ଅନିଦ୍ରା ରହି ପ୍ରତିଶୋଧ ନିଆଁରେ ଜଳିବେ | ଚୋରି ଡକାୟତି ମଧ୍ୟ ହୋଇପାରେ | ଉପବାସରେ ରହିବେ | ପାଖରେ ଖାଦ୍ୟ ଥାଇ ମଧ୍ୟ ଖାଇ ପାରିବେ ନାହିଁ |

ବିଛାରାଶି= ତୃତୀୟ ସ୍ଥାନରେ ରବି ଓ ଦ୍ଵାଦଶ ସ୍ଥାନରେ ଚନ୍ଦ୍ର ଗୋଚର କରୁଥିବାରୁ ଶୁଭଫଳ ମିଳିବ | ଦୁଶ୍ଚିନ୍ତା ମନରୁ ହଟିଯିବ। ଉତ୍ତମ ଆୟ ହେବ | ଅର୍ଥ କାରବାରରେ ଉର୍ନ୍ନତି ଆସିବ |ଜୁଆ ଲଟେରୀ ରେ ଭାଗନେଇ ଉନ୍ନତି କରିବେ | ମନଖୁସିରେ ବହୁ ତୀର୍ଥ ସ୍ଥାନକୁ ଗମନ କରିବେ | ଏହି ସମୟରେ ଧର୍ମ କାମ କରି କିଛି ଧର୍ମ ସଞ୍ଚୟ କରିପାରନ୍ତି | ଏହି ଧର୍ମ ଆପଣଙ୍କ ଶେଷ ସମୟକୁ ଗଛିତ ହୋଇ ରହିବ |

ଧନୁରାଶି= ଏକାଦଶ ସ୍ଥାନରେ ଚନ୍ଦ୍ର ଗୋଚର କରୁଛନ୍ତି ଶୁଭଫଳ ମିଳିବ | ପରିବାର ମଧ୍ୟରେ ସ୍ଵାଦିଷ୍ଟ ଭୋଜନ ପ୍ରସ୍ତୁତ କରିବା ସହିତ ଅତିଥି ବନ୍ଧୁ ମାନଙ୍କୁ ନିମନ୍ତ୍ରଣ କରି ଆପ୍ୟାୟିତ କରିବେ. ଏହି ସମୟରେ ଆପଣଙ୍କର ବ୍ୟବସାୟ ଅତି ସୁଚାରୁ ରୂପରେ ଚାଲିବ. ଭବିଷ୍ୟତ ସକାଶେ ଧନ ସଞ୍ଚୟ କରିବେ | ନୂତନ ଅଳଙ୍କାର ବ୍ୟବହାର କରିବେ |ଆପଣ ଯେଉଁ ବ୍ୟକ୍ତିଙ୍କୁ ଚାହୁଁଥିଲେ ଆଜି ତାଙ୍କ ସହିତ ସାକ୍ଷାତ ହେବ |

ମକରରାଶି= ଦଶମ ସ୍ଥାନରେ ଚନ୍ଦ୍ର ଗୋଚର କରୁଛନ୍ତି ଶୁଭଫଳ ପ୍ରଦାନ କରିବେ | ଆପଣ ଆଜି ବହୁ ବଡ ବଡ କାମକୁ ଖୁବ ସହଜରେ ପୂରଣ କରିପାରିବେ | ଉଚ୍ଚ ସମ୍ମାନର ଅଧିକାରୀ ହୋଇପାରନ୍ତି | ପୂର୍ବରୁ ଯାହା ଚାହୁଁଥିଲେ ତାହା ଆଜି ପୂରଣ କରିବାରେ ସଫଳ ହେବେ | | ଆପଣଙ୍କ କାର୍ଯ୍ୟ ଦେଖି ସାଥୀ କର୍ମଚାରୀ ମାନେ ଆପଣଙ୍କୁ ଅନୁକରଣ କରିବେ ଓ ସଫଳତାର ସୂତ୍ର ଶିକ୍ଷା କରିବେ |

କୁମ୍ଭରାଶି= ଦ୍ଵାଦଶ ରବି ବାଧାପ୍ରାପ୍ତ ଅଛନ୍ତି ଅଶୁଭଫଳ ପ୍ରଦାନ କରିବେ ନାହିଁ | ନବମ ଚନ୍ଦ୍ର ଅଶୁଭ ଓ ଘାତବାର ଅଶୁଭ କରାଇବ | ଶୁଭ କର୍ମରେ ଯୋଗଦାନ କରି ବହୁ ଅର୍ଥ ବ୍ୟୟ କରିବେ କିନ୍ତୁ କାହାରି ପାଖରୁ ପ୍ରଶଂସା ମିଳିବ ନାହିଁ | ଶେଷରେ ଲୋକହସା ହେବେ | ଆପଣଙ୍କୁ ଲୋକମାନେ ପରିହାସ କରିବେ | ଆପଣଙ୍କ ଅସ୍ଥିରତା ପ୍ରକାଶ ପାଇବ | ଆପଣ କ୍ଷୋଭ ପ୍ରକାଶ କରିବେ | ମନରେ ଦୃବଳତା ପ୍ରକାଶ ପାଇବ |

ମୀନରାଶି= ଅଷ୍ଟମ ସ୍ଥାନରେ ଚନ୍ଦ୍ର ଗୋଚର କରୁ ଥିବାରୁ ବହୁ ଅସୁବିଧା ମାନ ଦେଖାଦେବ | ଅଷ୍ଟମ ସ୍ଥାନ ଆୟୁ ସ୍ଥାନ ଓ ମାରକ ସ୍ଥାନ।ଚନ୍ଦ୍ର ଏପରି ଏକ ଗ୍ରହ ମୃତ୍ୟୁକୁ ମଧ୍ୟ ମାରିପାରେ | ଚନ୍ଦ୍ର ଅଷ୍ଟମରେ ଭ୍ରମଣ କରୁଥିବା ସମୟରେ ବହୁ ଦୁର୍ଘଟଣା ମଧ୍ୟ ଘଟାଇପାରେ ତାହା ମାନସିକ ହେଉ କିମ୍ବା ଶାରୀରିକ | ନିଜକୁ ସତର୍କ ନ ରହିଲେ ନିଜ ଗୋଡରେ ନିଜେ କୁରାଢି ମାରିବା ସଦୃଶ୍ୟ ହେବ ଏଣୁ ମନକୁ ଶାନ୍ତ ରଖନ୍ତୁ।ବ୍ୟବହାର ଠିକ ରଖନ୍ତୁ |